ଆଫଗାନିସ୍ତାନର ସ୍ଥିତି ନେଇ ୟୁରୋପୀୟ ପରିଷଦ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆଫଗାନିସ୍ତାନର ବର୍ତ୍ତମାନ ସ୍ଥିତି ନେଇ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଚାର୍ଲ୍ସ ମିଶେଲଙ୍କ ସହିତ କଥା ହୋଇଛନ୍ତି। ନିଜର ଟୁଇଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଆଫଗାନିସ୍ତାନରେ ଉପୁଜିଥିବା ପରିସ୍ଥିତିକୁ ନେଇ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଚାର୍ଲ୍ସ ମିଶେଲଙ୍କ ସହିତ କଥା ହୋଇଛନ୍ତି। ଏଥି ସହିତ ଭାରତ-ୟୁରୋପ ସମ୍ପର୍କକୁ ଦୃଢ଼ କରିବାକୁ କହିଛନ୍ତି।

ଆମେରିକୀୟ ସୈନିକ ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ଭାବେ ଫେରିଯିବା ପରେ ଭାରତ ଅଧିକାରୀସ୍ତରରେ ତାଲିବାନ ସହିତ କଥାବାର୍ତ୍ତା ଆରମ୍ଭ କରିଦେଇଛି। ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭାରତର ରାଜଦୂତ ଦୀପକ ମିତ୍ତଲ ମଙ୍ଗଳବାର ଦୋହାରେ ତାଲିବାନର ନେତାଙ୍କୁ ଭେଟିଛନ୍ତି। ଆମେରିକୀୟ ବିଦେଶମନ୍ତ୍ରୀ ଆଣ୍ଟୋନୀ ୱିଲଟନ କହିଛନ୍ତି ଯେ, ଆମେରିକା କତାରର ରାଜଧାନୀ ଦୋହାରୁ ଆଫଗାନିସ୍ତାର ମାମଲାକୁ ଦେଖିବ ଏବଂ ଭାରତ ମଧ୍ୟ ଏବେ ଏହା କରିବାକୁ ଦେଖୁଛି।