ଆଜିଠୁ ଖୋଲିଲା ବାବା ଲିଙ୍ଗରାଜଙ୍କ ମନ୍ଦିର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅନେକ ଦିନ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି। କରୋନା କଟକଣା ପାଇଁ ଦୀର୍ଘଦିନରୁ ବନ୍ଦ ଥିବା ମନ୍ଦିର ଗୁଡ଼ିକ ଧୀରେଧୀରେ ଖୋଲୁଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରର ପ୍ରସିଦ୍ଧ ବାବା ଲିଙ୍ଗରାଜଙ୍କ ମନ୍ଦିର ଖୋଲିଛି। କୋଭିଡ ଗାଇଡଲାଇନ୍ ପାଳନ ସହ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ଡବଲ୍ ଡୋଜ୍ ଟିକାକରଣ ବାଧ୍ୟତାମୂଳକ କରାଯାଇଛି।

ଏଥିସହ ସମସ୍ତେ ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ଏବଂ ସାମାଜିକ ଦୂରତା ଉପରେ ପ୍ରାଧାନ୍ୟ ଦିଆଯାଇଛି। ବିଏମସିର ଗାଇଡ଼ଲାଇନ୍ ଅନୁସାରେ ପ୍ରତ୍ୟେକ ଦର୍ଶନାର୍ଥୀ ନେଇଥିବା ୨ଟି ଡୋଜ ଟିକା ପ୍ରମାଣପତ୍ର ଦେଖାଇବା ଜରୁରୀ। ଥରକେ ୧୦୦ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ସେବାୟତମାନେ ଶ୍ରଦ୍ଧାଳୁଙ୍କଠାରୁ ଭୋଗ ଗ୍ରହଣ କରିପାରିବେ ନାହିଁ।