କାଁଥିରେ ମମତାଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା,ଏନ୍ଏନ୍ଏସ୍: ପଶ୍ଚିମବଙ୍ଗ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ ୨ ଦିନ ସମୟ ବାକି ଅଛି। ଏନେଇ ସବୁ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିପଡ଼ିଛନ୍ତି। ଏହି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଁଥିରେ ରାଲି କରୁଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିଧା ଟାର୍ଗେଟ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି, ପଶ୍ଚିମବଙ୍ଗର କୋଣ ଅନୁକୋଣରୁ ଏବଂ ପ୍ରତ୍ୟେକ ଘରୁ ଗୋଟିଏ ଶବ୍ଦ ଶୁଣିବାକୁ ମିଳୁଛି ଯେ ମେ’ ୨ରେ ଦିଦି ଯାଉଛନ୍ତି ଓ ପ୍ରକୃତ ପରିବର୍ତ୍ତନ ଆସୁଛି। ଏଥିସହ ସେ କହିଛନ୍ତି କି ଆଜିକାଲି ଦିଦି ମେଦିନାପୁରକୁ ଯାଇ ବାରମ୍ବାର ବାହାନା କରୁଛନ୍ତି, ହେଲେ ପ୍ରକୃତ ଜରୁରୀ ସମୟରେ ଦେଖା ଦେଉନାହାନ୍ତି। କେବଳ ନିର୍ବାଚନ ସମୟ ଆସିଲେ ସରକାର ଦୁଆର ଦୁଆର ହେଉଛନ୍ତି। ତେଣୁ ପଶ୍ଚିମବଙ୍ଗର ଛୁଆ ଛୁଆ ପର୍ଯ୍ୟନ୍ତ ଆପଣଙ୍କ ଖେଳ ବୁଝିସାରିଲେଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସ୍ୱାଧୀନତାର ୭୫ ତମ ଉତ୍ସବରେ ପଶ୍ଚିମବଙ୍ଗର ବହୁତ ମହତ୍ୱ ରହିଛି। ତେଣୁ ସ୍ୱାଧୀନତା ସଂଗ୍ରାମରେ ଏଠାରୁ ଦିଆଯାଇଥିବା ସମସ୍ତ ଯୋଗଦାନକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ବିଜେପି ସରକାରର ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।