୨୩ ଜିଲ୍ଲାରୁ ୧୭୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୨୩ ଜିଲ୍ଲାରୁ ଆଜି ୧୭୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୯୯ଜଣ ଓ ସ୍ଥାନୀୟ ସଂକ୍ରମଣ ୭୧ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୯ହଜାର ୨୪୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୂଆପଡ଼ାରୁ ୨୭, ଖୋର୍ଦ୍ଧା ଓ କଟକରୁ ୨୩ ଲେଖାଏଁ, ସୁନ୍ଦରଗଡ଼ରୁ ୨୨, ମୟୁରଭଞ୍ଜ ଓ କଳାହାଣ୍ଡିରୁ ୮ ଲେଖାଏଁ, ବାଲେଶ୍ୱର, ଝାରସୁଗୁଡ଼ା ଓ ସମ୍ବଲପୁରରୁ ୭ ଲେଖାଏଁ, ଷ୍ଟେଟପୋଲରୁ ୬, ବଲାଙ୍ଗିର ଓ ଯାଜପୁରରୁ ୫ ଲେଖାଏଁ, ପୁରୀରୁ ୪, ଦେଓଗଡ଼ରୁ ୩, ଅନୁଗୁଳ, ବରଗଡ଼, କେଉଁଝର, କୋରାପୁଟ ଓ ରାୟଗଡ଼ାରୁ ୨ ଲେଖାଏଁ, ଭଦ୍ରକ, ଗଜପତି, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୮ଲକ୍ଷ ୬୧ହଜାର ୩୮୦ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୯ହଜାର ୨୪୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୬ହଜାର ୨୬୬ଜଣ ସୁସ୍ଥ ହୋଇଛନ୍ତି, ୧୯୧୯ଜଣଙ୍କର ମୃତ୍ୟୁ ଘଟିଛି ଓ ୧୦୦୮ ଜଣ ଚିକିତ୍ସିତ ହେଉଛନ୍ତି।