ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟୁଇଟର୍‌ ଆକାଉଣ୍ଟ ହ୍ୟାକ୍‌, ବିଟ୍‌କଏନ୍‌କୁ ନେଇ କରାଗଲା ଟୁଇଟ୍‌, ଅଳ୍ପ ସମୟ ମଧ୍ୟରେ ଡିଲିଟ୍‌

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଏବେ ବିଟ୍‌କଏନ୍‌ ଅଥବା ଅନ୍ୟ କୌଣସି ମୁଦ୍ରାକୁ ସରକାର ମାନ୍ୟତା ଦେଇନାହାନ୍ତି। କିନ୍ତୁ ଏହାରି ମଧ୍ୟରେ ହ୍ୟାକର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟକୁ ହ୍ୟାକ୍‌ କରି ବିଟ୍‌କଏନ୍‌କୁ ନେଇ ଏଭଳି ଟୁଇଟ୍‌ କରିଛନ୍ତି, ଯେଉଁଥିରେ କି ସାମାଜିକ ଗଣମାଧ୍ୟରେ ଚର୍ଚ୍ଚା ହୋଇଛି। ମାତ୍ର ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ଯେ, ତାଙ୍କର ଟୁଇଟର୍‌ ଆକାଉଣ୍ଟକୁ ପୁଣି ଥରେ ସୁରକ୍ଷିତ କରାଯାଇଛି।

ଶନିବାର-ରବିବାର ମଧ୍ୟରାତ୍ରୀ ଅର୍ଥାତ ୨ଟା ୧୧ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଥିଲା। ହ୍ୟାକର୍‌ ଏକ ଟୁଇଟ୍‌ କରି ଦାବି କରିଥିଲେ ଯେ, ‘ଭାରତ ସରକାରୀ ଭାବେ ବିଟ୍‌କଏନ୍‌କୁ ଆଇନଗତ ଭାବେ ସ୍ବୀକୃତି ପ୍ରଦାନ କରିଛି। ସରକାର ମଧ୍ୟ ୫୦୦ ବିଟିସଜ କିଣି ଲୋକଙ୍କୁ ବାଣ୍ଟୁଛନ୍ତି। ମାତ୍ର ୨ ମିନିଟ ପରେ ଏହି ଟୁଇଟ୍‌କୁ ଡିଲିଟ କରି ଦିଆଯାଇଛି। ପୁଣି ଥରେ ରାତି ୨ଟା ୧୪ ମିନିଟ ବେଳକୁ ପୂର୍ବ ଭଳି ଟୁଇଟର ଆକାଉଣ୍ଟ ସୁରକ୍ଷିତ ଅଛି। ମାତ୍ର ସାମାଜିକ ଗଣମାଧ୍ୟମରେ ଟୁଇଟରର ସ୍କ୍ରିନସର୍ଟ ଭାଇରାଲ ହେଉଛି।