ଏଏମୟୁରେ ଉର୍ଦ୍ଦୁ, ଆରବୀ ସହ ସଂସ୍କୃତ ପଢ଼ାଯାଇଥାଏ : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଅଲୀଗଢ଼ ମୁସଲିମ୍ ବିଶ୍ୱିଦ୍ୟାଳୟ (ଏଏମୟୁ)ର ଶତାବ୍ଦୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ବିଶ୍ୱିଦ୍ୟାଳୟର କୁଳପତି ଶସେୟଦନା ମୁଫଦଲ ସେଫୁଦୀନ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ମଧ୍ୟ ଉପସ୍ଥିତ ଅଛନ୍ତି।

ମୋଦୀ କହିଛନ୍ତି ଯେ, ‘ଏଏମୟୁରେ ଏକ ଛୋଟ ଭାରତ ରହିଛି ଯେଉଁଠି ଊର୍ଦ୍ଦୁ, ହିନ୍ଦୀ, ଅରବୀ ଓ ସଂସ୍କୃତ ପଢ଼ା ଯାଇଥାଏ। ଏଠାକାର ଲାଇବ୍ରେରୀରେ କୁରାନ ସହ ଗୀତା ଓ ରାମାୟଣର ଅନୁବାଦ ମଧ୍ୟ ରହିଛି। ଏଠାରେ ଇସଲାମକୁ ନେଇ ରିସର୍ଚ୍ଚ ହୋଇଥାଏ ଯଦ୍ୱାରା ଇସଲାମ ଦେଶ ସହ ସମ୍ପର୍କ ସ୍ଥାପନ କରିବାରେ ଭାରତକୁ ନୂଆ ଶକ୍ତି ମିଳିଥାଏ।’

ମୋଦୀ ଆହୁରି କହିଛନ୍ତି ଯେ, ‘ଅଲୀଗଢ଼ ମୁସଲିମ୍ ବିଶ୍ୱବିଦ୍ୟାଳୟରେ ଦେଶର ଇତିହାସ ରହିଛି। ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀ ସମଗ୍ର ବିଶ୍ୱରେ ଦେଶର ନାମକୁ ଗୌରବାନ୍ୱିତ କରିୁଛନ୍ତି। ଏଠାରୁ ପାସ୍ କରୁଥିବା ଅନେକ ଛାତ୍ରଙ୍କୁ ମୁଁ ବିଦେଶରେ ଭେଟିଛି ଯେଉଁମାନେ ସର୍ବଦା ହସଖୁସିରେ ରହିବା ସହ କବିତାରେ ମସଗୁଲ ଥାଆନ୍ତି। ଏଏମୟୁର ଐତିହାସିକ ଶତାଦ୍ଦୀ ସପ୍ତାହ ଅବସରରେ ମୋତେ ସାମିଲ କରିଥିବାରୁ ମୁଁ ସଭିଙ୍କଠାରେ ଆଭାର ବ୍ୟକ୍ତ କରୁଛି।’

ସୂଚନାଯୋଗ୍ୟ, ଏମଏୟୁରେ ଦୀର୍ଘ ୫୫ ବର୍ଷ ପରେ ଜଣେ ପ୍ରଧାନମନ୍ତ୍ରୀ କୌଣସି ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ମୋଦୀଙ୍କ ପୂର୍ବରୁ ୧୯୬୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ଏଏମୟୁର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।