ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଲୀଜନ ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କରିଛନ୍ତି। ଉଭୟ ଦେଶ ମଧ୍ୟରେ ରଣନୀତିକ ବୁଝାମଣା ଓ ବୈଷୟିକ ଶକ୍ତି ରୂପେ ଭାରତର ବିକାଶ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଆମେରିକାରେ ଭାରତ ରାଜଦୂତ ତରଣଜୀତ ସିଂହ ସିନ୍ଧୁ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରାବର୍ଟ ଔ ବ୍ରାୟନାଙ୍କଠାରୁ ମୋଦୀଙ୍କ ତରଫରୁ ଏହି ଆୱାର୍ଡ ସ୍ୱୀକାର କରିଛନ୍ତି।
ବ୍ରାୟନା ପରେ ଟ୍ୱିଟ୍ କରି ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ମୋଦୀ ଉଭୟ ଦେଶର ରଣନୀତିକ ବୁଝାମଣା ଲାଗି ବେଶ୍ ଭଲ କାମ କରିଛନ୍ତି। ଏହି ଦୃଷ୍ଟିରୁ ତାଙ୍କୁ ‘ଲୀଜନ ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କରାଯାଇଛି।