ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଏବେ ଶେଷ ତଥା ସପ୍ତମ ପର୍ଯ୍ୟାୟରେ ପହଂଚିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀରେ ରୋଡ ଶୋ’ କରିଛନ୍ତି । ମୋଦୀ ପ୍ରଥମେ ମଲଦହିଆ ଚୌକରେ ସରଦାର ପଟେଲଙ୍କ ମୂର୍ତ୍ତିରେ ଫୁଲ ମାଳ ଚଢ଼ାଇବା ପରେ ବନାରସ ସଡ଼କରେ ରୋଡ ଶୋ’ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଲଦହିଆ ଚୌକରୁ ରୋଡ ଶୋ’ ଆରମ୍ଭ କରି ଲୋହା ମଣ୍ଡୀ ଚୌରାହା, ଲହୁରାବୀର, ପିପଲାନୀ କଟରା, କବୀରଚୌରା, ଲୌହାଟିୟା, ମୈଦାଗିନ ଓ ବୁଲାନାଲା ଚୌକ ଦେଇ କାଶୀ ବିଶ୍ୱନାଥ ମନ୍ଦିର ପହଞ୍ଚିଥିଲେ । ବାବା ବିଶ୍ୱନାଥଙ୍କ ଦର୍ଶନ ପୂଜନ କରିବା ପରେ ଅସୀ ମାର୍ଗ ହୋଇ ବୀଏଚୟୁ ଗେଟସ୍ଥିତ ପଣ୍ଡିତ ମଦନ ମୋହନ ମାଲବୀୟଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିବା ପରେ ରାତ୍ରି ବିଶ୍ରାମ ପାଇଁ ଯିବେ ।