ଭୁବନେଶ୍ୱର,ଏନ୍ଏନ୍ଏସ୍: ରସଗୋଲା ବିବାଦରେ ଓଡ଼ିଶାକୁ ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେସୀଙ୍କ ସମର୍ଥନ ମିଳିଛି । ରସଗୋଲ ଓଡ଼ିଶାର ବୋଲି ହୁମା ସ୍ପଷ୍ଟ ଭାବେ କହିଛନ୍ତି । ଓଟିଭିର ଫରସାଇଟ ନାମକ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ହୁମା ଏହି ମନ୍ତବ୍ୟ ଦେଇଛନ୍ତି । ରସଗୋଲା ସମସ୍ତଙ୍କ ହୃଦୟରେ ଅଛି, ହୃଦୟରେ ରହିବ ବୋଲି ହୁମା କହିଛନ୍ତି ।