କରୋନା ସଂକଟ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ମାରାଥନ ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସ୍ଥିତି ଭୟଙ୍କର ରୂପ ନେଇଛି। ଟିକାକରଣ ସତ୍ତ୍ୱେ ଭୂତାଣୁ ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାରାଥନ ବୈଠକ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ୩ଟି ବୈଠକରେ ଯୋଗ ଦେଇ ସ୍ଥିତି ସମୀକ୍ଷା କରିବେ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।

ପ୍ରଥମେ ସକାଳ ୯ଟାରେ ହେବାକୁଥିବା ବୈଠକରେ ଦେଶରେ କରୋନା ସ୍ଥିତି କିଭଳି ଅଛି ତାର ସମୀକ୍ଷା କରିବେ। ଦିନ ୧୦ଟାରେ ମହାମାରୀରେ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ। ପରେ ମଧ୍ୟାହ୍ନ ସାଢ଼େ ୧୨ଟାରେ ତୃତୀୟ ବୈଠକ ହେବ। ଏହି ବୈଠକରେ ଦେଶର ପ୍ରମୁଖ ଅକ୍ସିଜେନ ପ୍ରସ୍ତୁତକାରୀ ସଂସ୍ଥା ଗୁଡ଼ିକର ମୁଖ୍ୟମାନଙ୍କ ସହିତ ଅକ୍ସିଜେନ ଉତ୍ପାଦନ ଏବଂ ଏହାର ଅବାଧ ପରିବହନ ଉପରେ ଆଲୋଚନା କରିବେ।
କରୋନା ସଂକଟର ମୁକାବିଲା ପାଇଁ ଆଜି ୩ଟି ଉଚ୍ଚ ସ୍ତରୀୟ ବୈଠକ ଥିବାରୁ ପଶ୍ଚିମବଙ୍ଗ ଗସ୍ତ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।