ମହାରାଷ୍ଟ୍ରର ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ; ୧୩ ମୃତ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରର ପାଲଘର ଜିଲ୍ଲା ଭସାଇ ସ୍ଥିତ ବିଜୟ ବଲ୍ଲଭ ହସ୍ପିଟାଲର କୋଭିଡ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। କୋଭିଡ ସେଣ୍ଟରର ଆଇସିୟୁ ୱାର୍ଡରେ ନିଆଁ ଲାଗି ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟ ରୋଗୀମାନଙ୍କୁ ନିକଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଆଜି ଭୋର ସାଢ଼େ ୫ଟାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲରେ ୯୦ ଜଣ କରୋନା ରୋଗୀ ଥିଲେ। ସେହିପରି ଆଇସିୟୁ ୱାର୍ଡରେ ୧୭ ଜଣ ରୋଗୀ ଥିଲେ। ଅଗ୍ନିକାଣ୍ଡ ସମ୍ପର୍କରେ ଖବରପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପ୍ରାଥମିକ ତଦନ୍ତ ଅନୁସାରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।