ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ମୋଦୀ

ଜାକର୍ତ୍ତା,ଏଜେନ୍ସି: ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ଇଦ-ଉଲ-ଜୁହାର ଶୁଭେଚ୍ଛା ଜଣାଇବା ପାଇଁ ବ୍ୟକ୍ତିଗତ ଭାବେ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଚଳିତ ବର୍ଷ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଇଣ୍ଡୋନେସିଆ ଦ୍ବୀପ ଗସ୍ତରେ ଯିବାକୁ ଅପେକ୍ଷା କରିଥିବା ମୋଦୀ କହିଛନ୍ତି । ଇଣ୍ଡୋନେସିଆରେ ଥିବା ଭାରତୀୟ ଇସଲାମ ଧର୍ମାବଲମ୍ବୀଙ୍କୁ ବଳିଦାନ ପର୍ବର ଶୁଭେଚ୍ଛା ଜଣାଇଥିବା ନେଇ ଇଣ୍ଡୋନେସିଆରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦୀ ମାନବିକତା ସେବାରେ ସମସ୍ତଙ୍କ ମଧ୍ୟରେ ଶାନ୍ତି, ସୌହାର୍ଯ୍ୟ ଏବଂ ଭାତୃଭାବ ଜାଗ୍ରତ ପାଇଁ ପ୍ରାର୍ଥନା କରିଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଡିସେମ୍ବରରେ ଇଣ୍ଡୋନେସିଆରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଏଥିରେ ସାମିଲ ହେବାକୁ ମୋଦି ଅପେକ୍ଷା କରିଥିବା କହିଛନ୍ତି । ୨୦୧୮ରେ ଗଣତନ୍ତ୍ର ଦିବସ ଅବସରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଆମନ୍ତ୍ରିତ ହୋଇଥିଲେ । ଚଳିତ ବର୍ଷ ଜି-୭ ଶିଖର ସମ୍ମିଳନୀରେ ଉଭୟ ନେତା ସାକ୍ଷାତ ହୋଇଥିଲା ।

ଇଣ୍ଡୋନେସିଆ ହେଉଛି ଭାରତର ଦ୍ବିତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ୨୦୨୦ରୁ ୨୧ରେ ଉଭୟ ଦେଶ ମଧ୍ୟରେ ୨୬ ବିଲିୟନ ଡଲାରରୁ ଉର୍ଦ୍ଧ୍ବ ଦ୍ବିପାକ୍ଷିକ ବାଣିଜ୍ୟ ହୋଇଛି । କୁହାଯାଏ ଯେ ଇଣ୍ଡୋନେସିଆର ଲୋକକଳା ପାଇଁ ରାମାୟଣ ଏବଂ ମହାଭାରତ ମୁଖ୍ୟ ପ୍ରେରଣା । ଏହି ଦେଶରେ ପ୍ରାୟ ୮୫୦୦ ପ୍ରବାସୀ ଭାରତୀୟ ରହିଛନ୍ତି।