ଆଜି ଗୁଜୁରାଟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟରେ ରେଳ ସହିତ ଜଡିତ ଅନେକ ପ୍ରକଳ୍ପର ଉଦଘାଟନ କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପ ଗୁଡ଼ିକର ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ଆକ୍ୱାଟିକ୍ ଆଣ୍ଡ ରୋବୋଟିକ୍ସ ଗ୍ୟାଲେରି, ନେଚର ପାର୍କ, ସାଇନ୍ସ ସିଟିର ଉଦଘାଟନ କରିବେ। ଏଥିସହିତ ନିକଟରେ ଗାନ୍ଧୀ ନଗରରେ ତିଆରି ହୋଇଥିବା ନୂଆ ରେଳ ଷ୍ଟେସନର ଉଦଘାଟନ ମଧ୍ୟ କରିବେ। ଏହି ପରିପ୍ରେକ୍ଷୀରେ ଉକ୍ତ ଷ୍ଟେସନରୁ ବାରଣାସୀକୁ ଦୁଇଟି ନୂଆ ଟ୍ରେନ ଚାଲିବ।

ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଗାନ୍ଧୀ ନଗରରେ ପ୍ରସ୍ତୁତ ହୋଇଥିବା ନୂଆ ରେଳ ଷ୍ଟେନ ପାଇଁ ୭୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଷ୍ଟେସନରେ ବିଶ୍ୱ ସ୍ତରୀୟ ସୁବିଧା ଉପଲବ୍ଧ ଅଛି ଯାହାକି ବିମାନବନ୍ଦରରେ ରହିଥାଏ। ସେହିପରି ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟିକଟ କାଉଣ୍ଟର, ର୍ୟାମ୍ପ, ଲିଫ୍ଟ, ପାର୍କିଂ ଆଦି ବ୍ୟବସ୍ଥା ହୋଇଛି। ଏହି ସମ୍ପୂର୍ଣ୍ଣ ରେଳ ଷ୍ଟେସନକୁ ଗ୍ରିନ୍ ବିଲ୍ଡିଂ ଭାବରେ ପ୍ରସ୍ତୁତ କରାଯାଇଛି।