ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ୧୨ ଦିନରେ ପହଞ୍ଚିଛି। ୟୁକ୍ରେନର ସ୍ଥିତି ଅଣାୟତ ହୋଇପଡି ଥିବାବେଳେ ଋଷ ଆକ୍ରୋଷର ନିଆଁରେ ଜଳୁଛି ୟୁକ୍ରେନ। ଏହାରି ମଧ୍ୟରେ ଆଜି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଫୋନରେ ୟୁକ୍ରେନର ରାଷ୍ଟ୍ରତିଙ୍କ ସହ ମୋଦୀଙ୍କ ବାର୍ତ୍ତାଳପ ନେଇ ଏକ ବିଶେଷ ସୁତ୍ରରୁ ସୂଚନା ମିଳିଛି।
ୟୁକ୍ରେନର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଜେଲେନସ୍କିଙ୍କ ସହ ଆଲୋଚନା କରିପାରନ୍ତି ମୋଦୀ। ଋଷର ପ୍ରବଳ ଆକ୍ରମଣରେ ୟୁକ୍ରେନ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଠାରେ ସାଧାରଣ ଜନତା ନାନା ସମସ୍ୟା ମଧ୍ୟରେ ଗତି କରୁଛନ୍ତି। ଭାରତ ପକ୍ଷରୁ ମାନବୀୟ ସହାୟତା ସାମଗ୍ରୀ ପଠାଯିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମଧ୍ୟ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାର ବେସରୁ ଏହି ସହାୟତା ରାଶି ୨ ସ୍ବତନ୍ତ୍ର ବିମାନରେ ପଠାଯାଇଥିଲା। ତେବେ ଗତକାଲି ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି ପଠାଇଛି ଭାରତ।