ଗୁଜୁରାଟ ଗସ୍ତରେ ମୋଦୀ, ଗଣ ବିବାହ କାର୍ଯ୍ୟକ୍ରମରେ ହେବେ ସାମିଲ

ଗାନ୍ଧୀନଗର,ଏଜେନ୍ସି: ପାଖଉଛି ଗୁଜୁରାଟ ବିଧାନସଭା ନିର୍ବାଚନ । ଏନେଇ ଜୋରଦାର ପ୍ରଚାର କାର୍ଯ୍ୟ ଚଳାଇଛନ୍ତି ପ୍ରମୁଖ ରାଜନୈତିକ ଦଳ । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଜ ଗସ୍ତ କରିବେ । ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ଆଜି ରାଲିକୁ ସମ୍ବୋଧନ କରିବେ ମୋଦୀ । ଗୁଜୁରାଟର ଭଲସାଦ ଜିଲ୍ଲାର ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ ପ୍ରଧାମନମନ୍ତ୍ରୀ । ଏହାସହ ଭାବାନଗରରେ ଆୟୋଜିତ ହେବାକୁ ଥିବା ଗଣ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବେ ।

କାର୍ଯ୍ୟକ୍ରମ ଅନୁସାରେ ଅପରାହ୍ନ ୩ଟାରେ ଭଲସାଦ ଜିଲ୍ଲାର କପ୍ରାଦା ଗ୍ରାମରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ ପ୍ରଧାମନମନ୍ତ୍ରୀ । ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗୁଜୁରାଟ ଗସ୍ତ । ଏହାପରେ ସନ୍ଧ୍ୟା ୫ଟା ୪୫ ମିନିଟ ସମୟରେ ଭାବାନଗରରେ ଆୟୋଜିତ ପାପା ନି ପରି ଗଣ ଉତ୍ସବରେ ଯୋଗଦେବେ । ଏହି ବିବାହରେ ବାପାକୁ ହରାଇଥିବା ୫୨୨ଜଣ ଝିଅ ବିବାହ ବନ୍ଧନରେ ବାନ୍ଧି ହେବେ ।