୭ ଭାରତୀୟ ଭ୍ୟାକ୍ସିନ ନିର୍ମାତାଙ୍କ ସହ ମୋଦୀଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ୭ଟି ଭାରତୀୟ କମ୍ପାନୀର ପ୍ରତିନିଧୀଙ୍କ ସହ ବୈଠକ କରିଛନ୍ତି । ଉକ୍ତ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟା ଓ ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମୋଦୀ ଭ୍ୟାକ୍ସିନକୁ ନେଇ ଚାଲିଥିବା ରିସର୍ଚ୍ଚ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ଉକ୍ତ ବୈଠକରେ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ, ଭାରତ ବାୟୋଟିକ୍, ରେଡ୍ଡୀଜ ଲାବୋରେଟରୀଜ, ଜାଇଡସ କେଡିଲା, ବାୟୋଲୋଜିକାଲ ଇ, ଜେନ୍ନୋବା ବାୟୋଫାର୍ମା, ଓ ପେନେସିୟା ବାୟୋଟିକର ପ୍ରତିନିଧୀ ଉପସ୍ଥିତ ରହିଥିଲେ। ରିପୋର୍ଟ ମୁତାବକ, ଭାରତରେ ବର୍ତ୍ତମାନ ସୁଦ୍ଧା ୧୦୧. ୩୦ କୋଟି ଭ୍ୟାକ୍ସିନ ଡୋଜ୍ ଦିଆଯାଇଛି।