ଆରମ୍ଭ ହେଲା ‘ଓ ମାଇଁ ଗଡ୍ ୨’ ଫିଲ୍ମର ସୁଟିଂ

ମୁମ୍ବାଇ: ‘ଓ ମାଇଁ ଗଡ୍ ୨’ ଫିଲ୍ମର ସୁଟିଂ ଆଜିଠୁ ଉଜ୍ଜେୟନର ମହାକାଳେଶ୍ୱର ମନ୍ଦିରରେ ଆରମ୍ଭ ହୋଇଛି। ଏଥର ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ୟାମି ଗୌତମ ଓ ପଙ୍କଜ ତ୍ରିପାଠୀଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ପୋଷ୍ଟର ପରେ ଫିଲ୍ମ ସେଟରୁ ଅକ୍ଷୟ ଆଜି ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓରେ ଅକ୍ଷୟ ଓ ପଙ୍କଜ ମହାକାଳେଶ୍ୱର ମନ୍ଦିର ବାହାରେ ନଜର ଆସୁଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ପୋଷ୍ଟର ଦେଖି ଲାଗୁଛି କି ଅକ୍ଷୟ ଭଗବାନ ଶିବଙ୍କ ଭୂମିକାରେ ନଜର ଆସିବେ। ଆଉ ପଙ୍କଜ ତ୍ରିପାଠୀଙ୍କୁ ସାଧାରଣ ଲୋକ ଭୂମିକାରେ ଦେଖିବାକୁ ମିଳିବ। ‘ଓ ମାଇଁ ଗଡ଼୍’ ଫିଲ୍ମର ପ୍ରଥମ ଭାଗରେ ପରେଶ ରାବଲ ସାଧାରଣ ଲୋକ ଓ ଅକ୍ଷୟ ଭଗବାନ ଶ୍ରୀକୃଷ୍ଣଙ୍କ ଚରିତ୍ରରେ ନଜର ଆସିଥିଲେ।