ପାକିସ୍ତାନ ଜାତୀୟ ଦିବସ ପାଇଁ ଇମ୍ରାନଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପାକିସ୍ତାନୀ ସମକକ୍ଷ ଇମ୍ରାନ ଖାନଙ୍କୁ ପତ୍ର ଲେଖି ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନ ଦିବସ ଅବସରରେ ଏହି ଚିଠି ଲେଖିଛନ୍ତି । ପାକିସ୍ତାନରେ ମାର୍ଚ୍ଚ ୨୩ରେ ଜାତୀୟ ଦିବସ ପାଳନ କରାଯାଇଥାଏ। ପତ୍ରରେ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ପାକିସ୍ତାନ ନିଜର ନୀତିରେ ପରିବର୍ତ୍ତନ ଆଣୁ, ତେବେ ଯାଇଁ ପଡୋଶୀ ସହିତ ଭଲ ସମ୍ପର୍କ ରହିବ।

ପ୍ରଧାନମନ୍ତ୍ରୀ ମୋଦୀ ଚିଠି ଲେଖି କହିଛନ୍ତି ଯେ, ପଡୋଶୀ ଦେଶ ସହିତ ଭରସାଯୋଗ୍ୟ ସମ୍ପର୍କ ରହିବା ଉଚିତ। ଆତଙ୍କବାଦୀଙ୍କ ପାଇଁ କୌଣସି ସ୍ଥାନ ନାହିଁ। ପାକିସ୍ତାନ ସହିତ ଭାରତ ସୁସମ୍ପର୍କ ରଖିବାକୁ ଚାହୁଁଛି ଏଥି ପାଇଁ ଆତଙ୍କର ମୂଳୋତ୍ପାଟନ ଜରୁରୀ। ଏହାପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନା ସଂକ୍ରମିତ ହେବା ପରେ ନରେନ୍ଦ୍ର ମୋଦୀ ଆଶୁ ଆରୋଗ୍ୟ କାମନା କରିଥିଲେ। ଇମ୍ରାନ ଖାନ ହୋମ୍ ଆଇସୋଲେସନରେ ଅଛନ୍ତି।