ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ଜରିଆରେ ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ସହର ଏବଂ ଗାଁରେ ଥିବା ସଂରକ୍ଷିତ ଲୋକ ମାନଙ୍କୁ ସେମାନଙ୍କର ସମ୍ପତ୍ତିର ଡିଜିଟାଲ ମାଲିକାନା ପ୍ରଦାନ କରାଯିବ। ଏହି ଯୋଜନା ଦ୍ୱାରା ବିଶେଷ ଭାବରେ ଗାଁ ଲୋକ ମାନଙ୍କୁ ଅଧିକ ଦୁର୍ନୀତିର ସାମ୍ନା କରିବାକୁ ପଡିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ଏହା ସହିତ ସେ କହିଛନ୍ତି ଯେ ଆମକୁ କରୋନା ଭଳି ମହାମାରୀ ସମୟରେ ସାଥି ହୋଇ ମିଳିତ ଭାବରେ କାମ କରିବାକୁ ପଡିବ। ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ପାଇଁ ମେ’ ୧ରୁ ସରକାରଙ୍କ ଦ୍ୱାରା ଦେଶରେ ଟିକାକରଣର କ୍ଷମତା ବଢାଯାଉଛି। ଏହି ସମୟରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଗାଇଡଲାଇନକୁ ପ୍ରତ୍ୟେକ ଲୋକ ମାନିବା ଉଚିତ। ଏବେ ଆମ ପାଖରେ କରୋନାଠୁ ମୁକ୍ତି ପାଇବା ପାଇଁ କୋଭିଡ ଟିକା ଉପଲବ୍ଧ ଅଛି। ଏବଂ ଏହାର ଦୁଇ ଡୋଜ କିପରି ପ୍ରତ୍ୟେକ ଗ୍ରାମବାସୀ ପାଇବେ ଏହାର ଦାୟିତ୍ୱ ସରକାରଙ୍କର ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଅଫିସ ତରଫରୁ ଦିଆଯାଇଥିବା ସୂଚନା ମୁତାବକ ଏହି ଯୋଜନାର ଶୁଭାରମ୍ଭ ପରେ ଆଜି ୪.୯ ଲକ୍ଷ ଲୋକଙ୍କୁ ଡିଜିଟାଲ ସମ୍ପତ୍ତି କାର୍ଡ ପ୍ରଦାନ କରାଯାଇଛି ଏବଂ ବହୁ ଶୀଘ୍ର ଏହି ଯୋଜନା ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି।