କରୋନାଭାଇରସ୍ : ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ରାତି ୮ଟା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବଢ଼ି ଚାଲିଥିବା କରୋନାଭାଇରସ୍ ସଂକ୍ରାନ୍ତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ ।  ଏ ସଂକ୍ରାନ୍ତରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବିଶ୍ୱ ମହାମାରୀ କରୋନାଭାଇରସର ବଢ଼ିଚାଲିଥିବା ପ୍ରକୋପ ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଦେଶବାସୀଙ୍କୁ ଜଣାଇବି । ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦେଶବାସୀଙ୍କୁ ଦ୍ୱିତୀୟ ସମ୍ବୋଧନ । ଗତ ଗୁରୁବାର ଦିନ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କରୋନାଭାଇରସ୍ ସମ୍ବନ୍ଧୀୟ ବିପଦ କଥା ଅବଗତ କରାଇଥିଲେ । ସାମାଜିକ ଦୂରତ୍ୱ ଘରେ ଥାଇ କାମ କରିବା ସହ ସମାଜରେ ନିଜକୁ ଏବଂ ଅନ୍ୟମାନଙ୍କୁ ନିରାପଦ ରଖିବା ପାଇଁ ଶପଥ କରିବାକୁ ସେ ଦେଶବାସୀଙ୍କୁ ପ୍ରବର୍ତ୍ତାଇଥିଲେ । ଏହାଛଡ଼ା ସମଗ୍ର ଦେଶରେ ଗତ ରବିବାର ଦିନ “ଜନତା କର୍ଫ୍ୟୁ’ ପାଳନ କରିବାକୁ ଅନୁରୋଧ କରିଥିଲେ ।