ଗୁଜରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ମାମଲାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି । ଗୁଜରାଟ ହାଇକୋର୍ଟ ଜଷ୍ଟିସ ବୀରେନ ବୈଷ୍ଣବ କେଜ୍ରିୱାଲଙ୍କ ରିଭ୍ୟୁ ପିଟିସନ ଉପରେ ଶୁଣାଣୀ ପରେ ମାମଲାକୁ ସ୍ୱୀକାର କରି ନେଇଛନ୍ତି । ଜଷ୍ଟିସ ବୈଷ୍ଣବଙ୍କ ଖଣ୍ଡପୀଠ ଉତ୍ତରଦାତା, ଗୁଜରାଟ ବିଶ୍ୱବିଦ୍ୟାଳୟ, ମୁଖ୍ୟ ସୂଚନା ଆୟୋଗ, ତତ୍କାଳୀନ ସିଆଇସି ପ୍ରଫେସର ଏମ୍. ଶ୍ରୀଧର ଆଚାର୍ଯ୍ୟଲୁ ଓ ଭାରତ ସଂଘ ପାଇଁ ଏକ ନିୟମ ଜାରୀ କରିଛନ୍ତି । ଏହାସହ ଉକ୍ତ ମାମଲାର ଶୁଣାଣୀ ଜୁନ୍ ୩୦ ତାରିଖରେ ହେବ ବୋଲି ସ୍ଥିର କରିଛନ୍ତି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୩୧ରେ ଶୁଣାଯାଇଥିବା ଆଦେଶ ଉପରେ କେଜ୍ରିୱାଲ ସମୀକ୍ଷା ପିଟିସନ ଦାୟର କରିଛନ୍ତି । ଡିଗ୍ରୀ ସମ୍ବନ୍ଧରେ ସୂଚାଇବାକୁ କେନ୍ଦ୍ରୀୟ ସୂଚନା ଆୟୋଗର ଆଦେଶକୁ କୋର୍ଟ ପୂର୍ବରୁ ଖାରଜ କରିଥିଲେ । ଏହାସହ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ୨୫ ହଜାର ଟଙ୍କା ଜୋରିମାନା ଲଗାଇଥିଲେ ।