ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିଜ ଟ୍ରସ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଟ୍ରସଙ୍କୁ ଶୁଭକାମନା ଜଣାଇଛନ୍ତି ।
ମୋଦୀ ଲେଖିଛନ୍ତି ଯେ, ୟୁକେର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଲିଜ ଟ୍ରସଙ୍କୁ ଶୁଭେଚ୍ଛା । ଆପଣଙ୍କ ନେତୃତ୍ୱରେ ଭାରତ ଓ ୟୁକେ ମଧ୍ୟରେ ରଣନୈତିକ ସହଭାଗିତା ଆହୁରି ମଜଭୁତ ହେବ ବୋଲି ମୁଁ ଆଶା କରୁଛି । ଆପଣଙ୍କୁ ନୂଆ ଦାୟିତ୍ୱ ଓ ଭୂମିକା ପାଇଁ ଶୁଭକାମନା ।
ସୂଚନାଯୋଗ୍ୟ, ବ୍ରିଟେନର ବୈଦେଶିକ ମନ୍ତ୍ରୀ ଥିବା ଲିଜ ଟ୍ରସ କଂଜରଭେଟିଭ ପାର୍ଟିର ଋଷି ସୁନକଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ହରାଇ ଦେଇଛନ୍ତି ।