ମୋଦୀଙ୍କୁ ‘ଗ୍ରାଣ୍ଡ କୋର୍ସ ଅଫ ଦି ଅର୍ଡର ଅଫ ଅନର’ ସମ୍ମାନରେ ସମ୍ମାନିତ କଲା ଗ୍ରୀସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରୀସ ତା’ର ଦ୍ୱିତୀୟ ସବୁଠୁ ବଡ଼ ନାଗରିକ ପୁରସ୍କାରରେ ସମ୍ମାନିତ କରିଛି । ଏଥେନ୍ସରେ ଗ୍ରୀସ ରାଷ୍ଟ୍ରପତି କତେରୀନା ଏନ୍ ସକେଲାରୋପୋଲୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଗ୍ରାଣ୍ଡ କୋର୍ସ ଅଫ ଦି ଅର୍ଡର ଅଫ ଅନର’ ସମ୍ମାନରେ ସମ୍ମାନିତ କରିଛି ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ଏହି ସମ୍ମାନ ପାଇଁ ଗ୍ରୀସକୁ ଧନ୍ୟବାଦ ଜଣାଇଛନ୍ତି । ମୋଦୀ ଲେଖିଛନ୍ତି ଯେ, ‘ମୋତେ ଗ୍ରାଣ୍ଡ କୋର୍ସ ଅଫ ଦି ଅର୍ଡର ଅଫ ଅନରରେ ସମ୍ମାନିତ କରିଥିବାରୁ ୁ ରାଷ୍ଟ୍ରପତି କତେରୀନା ଏନ୍ ସକେଲାରୋପୋଲ, ଗ୍ରୀସ ସରକାର ଓ ଲୋକଙ୍କୁ ଧନ୍ୟବାଦ ଜଣାଉଛି । ଏହା ଗ୍ରୀସ ଲୋକଙ୍କର ଭାରତ ପ୍ରତି ସମ୍ମାନକୁ ଦର୍ଶାଉଛି ।