ଇଆନ ପ୍ରଳୟ ନେଇ ମୋଦୀଙ୍କ ଶୋକ: ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ଜଣାଇଲେ ସମବେଦନା

ନୂଆଦିଲ୍ଲୀ,ଏଜେନ୍ସି: ଆମେରିକାର ଫ୍ଲୋରିଡ଼ା ଉପକୂଳରେ ତାଣ୍ଡବ ରଚିଛି ହରିକେନ ଇଆନ। ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ରେ ୪୭ଜଣଙ୍କ ଜୀବନ ଯାଇଛି। ଛାରଖାର ହୋଇଛି ଫ୍ଲୋରିଡ଼ା। ଏଥିରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜୀବନହାନି ଓ ପ୍ରଭୂତ କ୍ଷୟକ୍ଷତି ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମବେଦନା ଜଣାଇଛନ୍ତି ମୋଦୀ। ଆମେରିକାର ଏହି ଦୁର୍ଦ୍ଦିନରେ ଭାରତ ଦୁଃଖ ପ୍ରକାଶ କରିବା ସହ ଆମେରିକାରାବାସୀଙ୍କ ସାଥିରେ ରହିଥିବା କହିଛନ୍ତି ମୋଦୀ।