ନଭେମ୍ବର ଯାଏ ମାଗଣା ରାସନ ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ, ଏଜେନ୍ସି: କରୋନା ଦ୍ୱିତୀୟ ଲହରରେ ଜୀବିକା ବିପନ୍ନ ହୋଇଥିବାରୁ କେନେଦ୍ର ସରକାର ଗରିବ ଲୋକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନେବେମ୍ବର ମାସ ଯାଏ ଗିରବ ଲୋକମାନଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯିବ। ଦେଶର ୮୦ କୋଟି ଲୋକ ଏହାର ଲାଭ ପାଇପାରିବେ। ଟିକା ସହ ମାଗଣା ରାସନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏପ୍ରିଲ ୨୧ରେ ଗରିବ ପରିବାରଙ୍କ ପାଇଁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ବଢାଯାଇଛି। ଏହି ଯୋଜନାକୁ ଦୀପାବଳି ଅର୍ଥାତ ନଭେମ୍ବର ପର୍ଯ୍ୟନ୍ତ ବଢାଯାଇଛି। ଏହି ଯୋଜନାରେ କେନ୍ଦ୍ର ସରକାର ରାସନକାର୍ଡଧାରୀଙ୍କୁ ୫ କିଲୋ ଅତିରିକ୍ତ ଚାଉଳ/ଗହମ ମାଗଣାରେ ଯୋଗାଇ ଦେବେ। ଏପ୍ରିଲ ଏବଂ ମେ ମାସରେ ମଧ୍ୟ ରାସନକାର୍ଡଧାରୀଙ୍କୁ ମାଗଣାରେ ରାସନ ଉପଲବ୍ଧ କରାଯାଇଛି।