ମୋଦୀଙ୍କ ମାଗଣା ଭ୍ୟାକ୍ସିନ ଘୋଷଣା ପରେ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କ ପାଇଁ ମାଗଣା ଭ୍ୟାକ୍ସିନ ଘୋଷଣା କରିଛନ୍ତି। ମୋଦୀଙ୍କ ଏହି ଘୋଷଣା ପରେ ବିପକ୍ଷ ଦଳ ମଧ୍ୟ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା କହିଛନ୍ତି ଯେ, ଆମେ ମାନନୀୟ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଉଛୁ। କେନ୍ଦ୍ର ସରକାର ଚାହିଁଥିଲେ ପୂର୍ବରୁ ଏହା କରିପାରିଥାନ୍ତେ। ସୁପ୍ରିମକୋର୍ଟଙ୍କ ଦଖଲ ଯୋଗୁ ଦେଶର ସବୁ ବର୍ଗର ଲୋକଙ୍କ ପାଇଁ ମାଗଣାରେ ଭ୍ୟାକ୍ସିନ ଉପଲବ୍ଧ ହେବ। କେନ୍ଦ୍ରର ନିୟମ ଯୋଗୁ ରାଜ୍ୟ ଭ୍ୟାକ୍ସିନ କିଣି ପାରୁନଥିଲା କି କେନ୍ଦ୍ର ଦେଉନଥିଲା।