ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ମୋଦୀଙ୍କ ସମେତ ୫ ଭାରତୀୟ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ସମଗ୍ର ବିଶ୍ୱରେ ପରିଚିତ ଆମେରିକାର ଟାଇମ୍ ମେଗଜିନ ୨୦୨୦ର ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ଜାରି କରିଛି। ଆଉ ଏଥିରେ ଭାରତର ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ମଧ୍ୟ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଗୁଗୁଲ ସିଇଓ ସୁନ୍ଦର ପିଚାଇ, ଅଭିନେତା ଆୟୁଷ୍ମାନ ଖୁରାନା, ଶାହିନବାଗ ଆନ୍ଦୋଳନରେ ଚର୍ଚ୍ଚାକୁ ଆସିଥିବା ବିଲ୍କିସ ଦାଦୀ ଓ ଏଚଆଇଭି ଉପରେ ରିସର୍ଚ୍ଚ କରୁଥିବା ରବିନ୍ଦ୍ର ଗୁପ୍ତା ମଧ୍ୟ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କରିଥିବା ଟିପ୍ପଣୀ ଯୋଗୁ ଟାଇମ୍ ମେଗଜିନ ବହୁବାର ବିବାଦର ସମ୍ମୁଖୀନ ହୋଇଛି। କେତେବେଳେ ଟାଇମ୍ ମେଗଜିନ ମୋଦୀଙ୍କୁ କଡ଼ା ସମାଲୋଚନା କରିଛି ତ ପୁଣି କେତେବେଳେ ପ୍ରଶଂସାରେ ପୋତି ପକାଇଛି।

ଟାଇମ୍ ମେଗଜିନ ଏଥର ମୋଦୀଙ୍କ ବିଷୟରେ ଲେଖିଛି କି, ‘ଲୋକତନ୍ତ୍ର ପାଇଁ ସ୍ୱତନ୍ତ୍ର ନିର୍ବାଚନ ଜରୁରୀ ନୁହେଁ। ନିର୍ବାଚନରୁ କେବଳ କାହାକୁ ଅଧିକ ଭୋଟ ମିଳିଛି ତାହା ଜଣା ପଡ଼ିଥାଏ। ଭାରତ ୭ ଦଶକରୁ ଦୁନିଆର ସବୁଠୁ ବଡ଼ ଲୋକତାନ୍ତ୍ରିକ ଦେଶ ହୋଇ ରହିଛି । ଭାରତର ୧୩୦ କୋଟି ଜନବସତି ମଧ୍ୟରେ ଇସାଇ, ବୌଦ୍ଧ, ଜୈନ, ଶିଖ୍, ମୁସଲିମ୍ ଓ ଅନ୍ୟାନ୍ୟ ଧର୍ମର ଲୋକ ରହିଛନ୍ତି।’