‘ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନା’ ଆରମ୍ଭ, ଚାଷୀଙ୍କୁ ୩ହଜାର ଟଙ୍କା ପେନସନ

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କିଷାନ ମାନ ଧନ ଯୋଜନା ଶୁଭାରମ୍ଭ କରିଛନ୍ତି। ଝାଡଖଣ୍ଡର ରାଞ୍ଚି ଠାରେ ଆୟୋଜିତ ଏକ ସଭାରେ ଚାଷୀମାନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ ୧ରୁ ୪୦ ବର୍ଷ ବୟସର ଚାଷୀମାନେ ଏହି ଯୋଜନା ଅନ୍ତର୍ଭୁକ୍ତ ହୋଇପାରିବେ। ୬୦ ବର୍ଷ ବୟସରେ ସମ୍ପୃକ୍ତ ଚାଷୀଙ୍କୁ ୩ହଜାର ଟଙ୍କା ପେନସନ୍ ବାବଦକୁ ମିଳିବ। ଚାଷୀଙ୍କ ବୃଦ୍ଧାବସ୍ଥାରେ ଏହା ବେଶ ଲାଭଦାୟକ ହେବ। ଆସନ୍ତା ୩ବର୍ଷ ପାଇଁ ଏହି ଯୋଜନାରେ ୧୦,୭୭୪ କୋଟି ଟଙ୍କା ଅଟକଳ କରାଯାଇଛି।