ଅଙ୍ଗନବାଡ଼ି କର୍ମୀଙ୍କ ନିଯୁକ୍ତିରେ ପରିବର୍ତ୍ତନ, ବଦଳିଲା ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟ ସରକାର ଶିକ୍ଷା, ସ୍ବାସ୍ଥ୍ୟ, କୃଷି କ୍ଷେତ୍ରର ବିକାଶ ପାଇଁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । କିଭଳି ଭାବରେ ଶିକ୍ଷାର ବିକାଶ ହୋଇପାରିବ ସେନେଇ ଅନେକ ଯୋଜନା ଅନେକ ପ୍ରକଳ୍ପ ଶୁଭାରମ୍ଭ କରୁଛନ୍ତି । ତେବେ ଏହି କ୍ରମରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ନିଯୁକ୍ତିରେ ଅନେକ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଣିକି ଅଙ୍ଗନବାଡି କର୍ମୀ ହେବାକୁ ଥିବା ଆଶାୟୀ ଯୁକ୍ତ ଦୁଇ ପାସ କରିଥିବା ବାଧ୍ୟତାମୂଳକ କରାଯାଇଛି ।

ଅଙ୍ଗନବାଡି କର୍ମୀଙ୍କ ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ ଦଶମ ପାସ ରହିଥିବା ବେଳେ ବୟସ ୨୧ ବର୍ଷରୁ ୪୫ ବର୍ଷ ମଧ୍ୟରେ ରହିଥିଲା । ଏଣିକି ଜଣେ ଅଙ୍ଗନବାଡି କର୍ମୀଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ବାଦଶ ପାସ ବା ଯୁକ୍ତ ଦୁଇ ପାସ ହେବା ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ବୟସ ୧୮ ବର୍ଷରୁ ୩୫ ବର୍ଷ କରାଯାଇଛି । ଏହିସବୁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ରହିଥିଲେ ଜଣେ ପ୍ରାର୍ଥୀ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ପଦବୀ ପାଇଁ ଯୋଗ୍ୟ ହୋଇପାରିବେ । ଏନେଇ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିକାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଅବଗତ କରାଯାଇଛି ।