ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିବାହ ନିମନ୍ତ୍ରଣ ଦେଲେ ଓୟୋ ପ୍ରତିଷ୍ଠାତା

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ମାର୍ଚ୍ଚରେ ବିବାହ କରିବାକୁ ଯାଉଛନ୍ତି ଓୟୋ ପ୍ରତିଷ୍ଠାତା ତଥା ରାୟଗଡ଼ାର ମାଟିର ପୁଅ ରିତେଶ ଅଗ୍ରୱାଲ । ନିଜ ବିବାହ ଉତ୍ସବରେ ସାମିଲ ହେବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଇଛନ୍ତି । ସେ ନିଜ ଭାବି ପତ୍ନୀ ଓ ମାଆଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ବେଳେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ମଧ୍ୟ ନେଇଛନ୍ତି । ନିଜ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରି ଏନେଇ ସେ ସୂଚନା ଦେଇଛନ୍ତି ।

ଆସନ୍ତା ମାର୍ଚ୍ଚ ମାସରେ ରିତେଶ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସେ ମାଆ ଓ ଭାବି ପତ୍ନୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ରିତେଶ ସେୟାର କରିଥିବା ଏକ ଫଟୋରେ ଉଭୟ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ଫଟୋରେ ରିତେଶ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରୀୟ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି ।

ସେ ଏହି ଫଟୋର କ୍ୟାପସନରେ ଲେଖିଛନ୍ତି, ” ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ନେଇ ଆମେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛୁ ।” ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଅତି ବିନମ୍ରତା, ସ୍ନେହର ସହିତ ସ୍ବାଗତ କରିଥିବା ସେ କହିଛନ୍ତି । ମୋଦିଙ୍କ ମହିଳା ସଶକ୍ତିକରଣ ନେଇ ଥିବା ଆଭିମୁଖ୍ୟ ତାଙ୍କ ମାଆ ବେଶ ପସନ୍ଦ କରିବା ସହିତ ଅନୁପ୍ରାଣିତ ହୋଇଥିବା ସେ କହିଛନ୍ତି ।