ନୂଆଦିଲ୍ଲୀ,ଏଜେନ୍ସି: ସିବିଏସଇ ଦ୍ୱାଦଶ ପରୀକ୍ଷାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏବ ବଡ଼ ନିଷ୍ପତ୍ତି ହୋଇଛି। ଏଥିରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିବା ପାଇଁ ଘୋଷଣା କରାଯାଇଛି। କୋଭିଡ-୧୯ ସଂକ୍ରମଣ ଦୃଷ୍ଟିରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା।
ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର, ରେଳ ମନ୍ତ୍ରୀ ପୀୟୂଷ ଗୋଏଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଶିକ୍ଷା ମନ୍ତ୍ରାଳୟର ଅନେକ ବରିଷ୍ଠ ଅଧିକାରୀ ଭର୍ଚ୍ଚୁଆଲ ମୋଡରେ ଉପସ୍ଥିତ ଥିଲେ।
ସୂଚନା ଅନୁସାରେ କେନ୍ଦ୍ର ସରକାର ମଇ ୩୧ ତାରିଖରେ ସୁପ୍ରିମ କୋର୍ଟରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ଶୁଣାଣି ସମୟରେ ନିର୍ଣ୍ଣୟ ନେବା ପାଇଁ ୨ ଦିନ ସମୟ ମାଗିଥିଲା। ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପରୀକ୍ଷା ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦେଶରେ କୋଭିଡ ସ୍ଥିତି ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ଲକ୍ଷ କରି ପରୀକ୍ଷାକୁ ବାତିଲ ଘୋଷଣା କରାଯାଇଛି।