ଜୟପୁରକୁ ୬ ମାସରେ ଉଡ଼ିବ ବିମାନ

ନୂଆଦିଲ୍ଲୀ: ଆସନ୍ତା ୬ ମାସରେ ଜୟପୁରକୁ ବିମାନ ଉଡ଼ିବ। ଜୟପୁର ଏୟାରଷ୍ଟ୍ରୀପ ପରିଦର୍ଶନ ପରେ ପରିବହନ ବିଭାଗ ମୁଖ୍ୟ ସଚିବ ମଧୁସୂଦନ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଆଗାମୀ ମାର୍ଚ୍ଚରେ ‘ଉଡ଼ାନ’ ଯୋଜନାରେ ସାମିଲ ପାଇଁ ବ୍ୟବସ୍ଥା ହେବ। ଏୟାରପୋର୍ଟ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହେବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ସମୀକ୍ଷା ବୈଠକରେ ସଚିବଙ୍କ ସହ ସ୍ଥାନୀୟ ବିଧାୟକଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ।