ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲାଗି ମଙ୍ଗଳବାର ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜଧାନୀ ଉପକଣ୍ଠସ୍ଥ ଉତ୍ତରା ଛକ ଠାରୁ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଏବଂ ପୁରୀ ଲୋକସଭା ପ୍ରାର୍ଥୀ ଡ. ସମ୍ବିତ ପାତ୍ରଙ୍କୁ ସାଙ୍ଗରେ ଧରି ସେ ଏକ ବିଶାଳ ରାଲିରେ ପିପିଲି ଅଭିମୁଖେ ବାହାରିଥିଲେ। ପରେ ନିର୍ବାଚନମଣ୍ଡଳୀର ବିଭିନ୍ନ ଜାଗାରେ ମାରାଥନ ପ୍ରଚାର କରିଛନ୍ତି। ଏହି ଅବସରରେ ପିପିଲିରେ ଶାନ୍ତି ଓ ବିକାଶ ପାଇଁ ବିଜେପିକୁ ଭୋଟ୍ଦେବାପାଇଁ ସେ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଛନ୍ତି। ସେହିପରି ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପୁଲିସ ଡିଜିଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ।
