Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିଚ୍‌ ରାସ୍ତାରେ ଦାଦାଗିରି, ଯୁବକଙ୍କୁ ବାଇକ୍‌ ପଛରେ ବାନ୍ଧି ଦୌଡ଼ାଇଲେ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିଚ୍‌ ରାସ୍ତାରେ ଦାଦାଗିରି, ଯୁବକଙ୍କୁ ବାଇକ୍‌ ପଛରେ ବାନ୍ଧି ଦୌଡ଼ାଇଲେ

କଟକ,ଏନ୍ଏନ୍ଏସ୍: କଟକରେ ବିଚ୍‌ ରାସ୍ତାରେ ଅତ୍ୟାଚାରର ଏକ ବର୍ବର ଦୃଶ୍ୟର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କ ହାତକୁ ରସିରେ ବାଇକ୍‌ ପଛରେ ବାନ୍ଧି ପ୍ରାୟ ୨ କିଲୋମିଟର ଦୌଡ଼ାଇଛନ୍ତି ୫ ଜଣ ଯୁବକ। ସନ୍ଧ୍ୟା ସମୟରେ କଟକର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏପରି ଅମାନବୀୟ ଛାତିଥରା ଓ ବର୍ବର କାଣ୍ଡ ଘଟିଥିବା ବେଳେ ସାଧାରଣ ଲୋକଙ୍କ ସମେତ ପୁଲିସ୍‌ ବି ଚୁପ୍‌ ରହିଲା। ୩ଟି ଟ୍ରାଫିକ ପୋଷ୍ଟ ଅତିକ୍ରମ କରି ଅସାମାଜିକ ଯୁବକମାନେ ଖୁଲମଖୁଲା ଭାବେଏପରି ଦୁର୍ଦ୍ଦାନ୍ତ ଘଟଣା ଘଟାଇଥିବା ବେଳେ ଟ୍ରାଫିକ ପୁଲିସ୍‌ ବି ଚୁପ୍‌ ବସିଛି। ଏହାର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍‌ର ଚେତା ପଶିଛି। ପୁଲିସ୍‌ ଏବେ ଏହି ଘଟଣାର ତନାଘନା ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବାକି ଟଙ୍କା ଫେରସ୍ତକୁ ନେଇ ଏପରି କାଣ୍ଡ ଘଟିଛି। ପୀଡ଼ିତ ଯୁବକ ଜଣକ ନେଇଥିବା ଧାର ଟଙ୍କା ଫେରାଇ ନ ପାରିବାରୁ ୨ଟି ଗାଡ଼ିରେ ବସିଥିବା ୫ ଜଣ ଯୁବକ ଏପରି କାଣ୍ଡ ଘଟାଇଛନ୍ତି। ସେମାନେ ଯୁବକଙ୍କ ହାତକୁ ରଶିରେ ବାନ୍ଧି ନିଜ ଗାଡ଼ିରେ ସଂଯୋଗ କରିଛନ୍ତି । ଏହାପରେ ଗାଡ଼ି ଗଡ଼ିବା ପରେ ଯୁବକଜଣକ ତାଙ୍କ ପଛେ ପଛେ ପ୍ରାଣ ବିକଳରେ ଦୌଡ଼ି ଦୌଡ଼ି ଯାଉଛନ୍ତି।

ଯୁବକମାନେ ଏପରି ଦାଦାଗିରି ଦେଖାଇ କଟକର ସେଲଟର ଛକରୁ କନିକା ଛକ ଓ ସେଠାରୁ ଚଣ୍ଡି ମନ୍ଦିର ଛକରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକ ଏପରି ଘଟଣା ଦେଖି ଖୁବ୍‌ ବିଚଳିତ ହୋଇ ପଡ଼ିଥିଲେ। ବହୁ ଲୋକ ଏହାର ପ୍ରତିବାଦ କରିବାକୁ ଚେଷ୍ଟା କରିବାରୁ ଉକ୍ତ ଅସାମାଜିକ ଯୁବକମାନେ ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଭୟଭୀତ କରିଥିଲେ। ଫଳରେ ସେମାନେ ଚୁପ୍‌ ରହିବାକୁ ବାଧ୍ୟ ହୋଇଥିଲା। ଏହା କେବେକାର ଘଟଣା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଏନେଇ ଥାନାରେ ବି କୌଣସି ଅଭିଯୋଗ ହୋଇନି। ହେଲେ ଏହି ଘଟଣା ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍‌ ପକ୍ଷରୁ ଏବେ ତତ୍ପରତା ପ୍ରକାଶ ପାଉଛି।