୫-୧୧ ବର୍ଷୀୟଙ୍କ ପାଇଁ ନିରାପଦ ଫାଇଜର୍ ଟିକା

  • ନୂଆଦିଲ୍ଲୀ: ୫-୧୧ବର୍ଷୀୟ ପିଲାଙ୍କ ପାଇଁ ନିରାପଦ ଫାଇଜର ଟିକା। ୧୨ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଟିକା ବାହାର କରିସାରିଥିବା ଫାଇଜର ୫-୧୧ବର୍ଷୀୟ ପିଲାଙ୍କୁ ନେଇ ଟିକା ପରୀକ୍ଷଣ କରିଥିଲା। ଏବେ ଏହାର ଫଳାଫଳ ଆସିଥିବାବେଳେ ଏହା ନିରାପଦ ବୋଲି କହିଛି ଫାଇଜର-ବାୟୋଏନଟେକ। ପରୀକ୍ଷଣ ପରେ ଟିକା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଜଣାପଡ଼ିିଛି। ଏବେ ପରୀକ୍ଷଣର ଫଳାଫଳ ଆସିବା ପରେ ଫାଇଜର-ବାୟୋଏନଟେକ ଟିକାର ଅନୁମୋଦନ ପାଇଁ ଆବେଦନ କରିବ ବୋଲି କହିଛି।
  • ଫାଇଜର-ବାୟୋଏନଟେକ ମିଳିତ ବିବୃତିରେ କହିଛି ଯେ, ୫ରୁ ୧୧ବର୍ଷ ବୟସର ପିଲାମାନଙ୍କୁ ୨୧ ଦିନ ବ୍ୟବଧାନରେ ୧୦ ମାଇକ୍ରୋଗ୍ରାମର ଦୁଇଟି ଡୋଜ ଦିଆଯାଇଥିଲା। ଏହାପରେ ୫ରୁ ୧୧ବର୍ଷ ବୟସର ଅଂଶଗ୍ରହଣକାରୀଙ୍କ ଏହି ଟିକା ସୁରକ୍ଷିତ ବୋଲି ପ୍ରମାଣ ହୋଇଥିଲା ଏବେ ଏହି ତଥ୍ୟକୁ ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫଡିଏ), ୟୁରୋପୀୟ ମେଡିସିନ୍ ଏଜେନ୍ସି (ଇଏମଏ) ଏବଂ ଅନ୍ୟାନ୍ୟ ନିୟାମକଙ୍କୁ ପଠାଯାଇ ଅନୁମୋଦନ ମଗାଯିବ ବୋଲି ବିବୃତିରେ କୁହାଯାଇଛି।
  • ଏବେ ଶିଶୁମାନେ କରୋନାରେ ବେଶି ଆକ୍ରାନ୍ତ ହେଉଥିବା ଦେଖାଯାଉଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏବେ ଟିକା ନିର୍ମାତାମାନେ ୫ରୁ ୧୧ବର୍ଷ ବୟସ୍କଙ୍କ ପାଇଁ ଟିକା ପରୀକ୍ଷଣ କରିବା ଆରମ୍ଭ କରିଛନ୍ତି।