ଉରି ସୀମାରେ ମୋବାଇଲ ଓ ଇଣ୍ଟନେଟ୍ ବନ୍ଦ

  • ନୂଆଦିଲ୍ଲୀ: ସୀମାରେ ମୋବାଇଲ ଓ ଇଣ୍ଟରନେଟ୍ ସେବା ବନ୍ଦ। ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପରେ ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ଫୋନ୍ ସେବା ବନ୍ଦ ରଖାଯାଇଛି। ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେନା କହିଛି ଯେ, ଗତ ୩୦ ଘଣ୍ଟା ଧରି ଅପରେଶନ କାଉଣ୍ଟର-ଅନୁପ୍ରବେଶ ଜାରି ରହିଛି। ଉରି ସେକ୍ଟରରେ ଚଳିତ ବର୍ଷ ଏହା ହେଉଛି ଦ୍ୱିତୀୟ ଅନୁପ୍ରବେଶ ଉଦ୍ୟମ। ଜଣେ ବରିଷ୍ଠ ସେନାଧ୍ୟକ୍ଷ କହିଛନ୍ତି ଯେ, ଚଳିତ ବର୍ଷ ଏଠାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇନାହିଁ କି କ୍ରସ୍ ବୋର୍ଡ଼ର ଫାୟାର ହୋଇନାହିଁ। କୌଣସି ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ଲେଫ୍ଟନାଣ୍ଟ ଜେନେରାଲ ଡି.ପି ପାଣ୍ଡେ କହିଛନ୍ତି। ସେ କହିଛନ୍ତି ଯେ, ପୂର୍ବବର୍ଷ ଭଳି ଏଠାରେ ଅନୁପ୍ରବେଶ ଉଦ୍ୟମ କରାଯାଇଛି। କିନ୍ତୁ ସେ ଦେଖିବା ଭିତରେ ଆତଙ୍କବାଦୀମାନେ ଦୁଇଥର ସଫଳ ହୋଇଛନ୍ତି। ଅନୁପ୍ରବେଶ ଉଦ୍ୟମ ଖବର ଆସିବା ପରେ ଗତ ୨୪ ଘଣ୍ଟା ଧରି ଉରିରେ ତୀକ୍ଷଣ୍ ନଜର ରଖାଯାଇଛି। ଆମେ ସେମାନଙ୍କୁ ଖୋଜୁଛୁ ବୋଲି କହିଛନ୍ତି।