ଫୁଲବାଣୀ,ଖଜୁରିପଡ଼ା,ବଲସକୁମ୍ପା,ଏନ୍ଏନ୍ଏସ୍: ବଳିଦେବା ଉଦ୍ଦେଶ୍ୟରେ ଆଜି ଦୁଇଜଣ ଶିଶୁଙ୍କୁ ଅପହରଣ କରାଯାଉଥିବାବେଳେ ଗ୍ରାମବାସୀ ଆସିଯିବାରୁ ତାହା ପଣ୍ଡ ହୋଇଛି। ଏନେଇ ପୁଲିସ ମାମଲା ରୁଜୁକରି ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି। ଥାନା ଅଧିକାରୀ ରମାକାନ୍ତ ପାତ୍ରଙ୍କ ସୂଚନା ଅନୁଯାୟୀ, ଖଜୁରିପଡା ଥାନା ବଲସକୁମ୍ପା ପଞ୍ଚାୟତର ବୁରୁପଦା ଗ୍ରାମର ସୁରେନ୍ଦ୍ର କହଁର ଏବଂ ବିଷ୍ଣୁପ୍ରିୟା କହଁରଙ୍କ ପୁଅ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଦୁଇଜଣ ବ୍ୟକ୍ତି ସେମାନଙ୍କୁ ଏକ କାର୍ ରେ ବସାଇ ନେଇଯିବାକୁ ଉଦ୍ୟମ କରିଥିଲେ।
