କଟକ,ଏନ୍ଏନ୍ଏସ୍: ଦୂର ହେଲା ଚିନ୍ତା। କର୍କଟ ରୋଗ ଚିକିତ୍ସା ସେବାରେ ଯୋଡି ହେଲା ନୂତନ ଅଧ୍ୟାୟ। କଟକ ଆଚାର୍ଯ୍ୟ ହରିହର ସ୍ନାତକତ୍ତୋର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଉଦଘାଟିତ ହେଲା ବହୁ ପ୍ରତିକ୍ଷୀତ ପେଟ୍ ସିଟି ସ୍କାନ ବ୍ୟବସ୍ଥା। ସମ୍ପୂର୍ଣ୍ଣ ମାଗଣାରେ ରୋଗୀ କରି ପାରିବେ ପରୀକ୍ଷା। ପୂର୍ବରୁ ଏଥି ପାଇଁ ଘରୋଇ ପରୀକ୍ଷା କେନ୍ଦ୍ରରେ ୨୫ ରୁ ୩୦ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ରୋଗୀ।
ଏହା ଛଡା ଅଧିକ ୨୦ ଟି ନୂତନ ଆଇସିୟୁ ଉଦ୍ଘାଟିତ। ୨୨୬ ଟି ଅଧିକ ଶଯ୍ୟାର କରାଗଲା ବ୍ୟବସ୍ଥା। ଭରଚୁଆଲ ମୋଡ଼ରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଉପସ୍ଥିତ।