ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସମ୍ପାଦକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ

ବଲାଙ୍ଗିର,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସମ୍ପାଦକ ମସୁଦ ମହମ୍ମଦ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ସୋନପୁର ଜିଲ୍ଲା ଚାରଭଟା ଓ ଦୁବୁଲା ଦୁଇଟି ପେସ୍କରେ ସେକ୍ରେଟାରୀ ଅଛନ୍ତି ମସୁଦ। ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସର ଚଢ଼ଉ କରିଛି। ସୋନପୁରସ୍ଥିତ କାର୍ଯ୍ୟାଳୟ ଓ ବଲାଙ୍ଗିର ସାଲେପାଲିସ୍ଥିତ ଘରେ ରେଡ୍ ହୋଇଛି। ରେଡ ପରେ ଜଣାପଡିବ ଜବତ ସମ୍ପତ୍ତିରେ ମୂଲ୍ୟ।