ପେଗାସସ ଫୋନ ହ୍ୟାକିଂ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଲେ ଦିଦି

  • କୋଲକାତା: ଦିଲ୍ଲୀ ଯିବା ପୂର୍ବରୁ ଆକ୍ସନ ମୋଡରେ ଦିଦି। ପେଗାସସ୍ ଫୋନ୍ ହ୍ୟାକିଂ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଲେ ପଶ୍ଚିମବଙ୍ଗ ସରକାର। ଯାଞ୍ଚ ଆୟୋଗ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କୋଲକାତା ହାଇକୋର୍ଟର ଦୁଇ ବିଚାରପତିଙ୍କ ଅଧ୍ୟକ୍ଷତାରେ ଯାଞ୍ଚ ଆୟୋଗ ଗଠନ କରାଯିବ। ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।
    ଦେଶରେ ପେଗାସସ୍କୁ ନେଇ ବିବାଦ ଜାରି ରହିଥିବାବେଳେ ଯାଞ୍ଚ ପାଇଁ ଅରାଜି କେନ୍ଦ୍ର ସରକାର। ତେଣୁ ନିଜ ଆଡୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ସରକାର। ପେଗାସସ୍ ଫୋନ୍ ହ୍ୟାକିଂ ତାଲିକାରେ ଟିଏମ୍ସି ନେତା ତଥା ଦିଦିଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନାମ ରହିଛି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ମମତା ବାନାର୍ଜୀ।