କରୋନା ସମୟରେ ପିଡ଼ିଏସ ଚାଉଳ ମିଳୁନଥିବା ଅଭିଯୋଗ

କେନ୍ଦୁଝର,ଏନ୍ଏନ୍ଏସ୍: କରୋନା ମହାମାରୀ ସମୟରେ ଅନେକ ରାସନକାର୍ଡ ଧାରୀଙ୍କୁ ପିଡ଼ିଏସ ଚାଉଳ ଦିଆଯାଉନଥିବା ଅଭିଯୋଗ ହୋଇଛି। ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତ ସିଲିସୁଆଁ ଗ୍ରାମବାସୀମାନେ ସୋମବାର ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ ପ୍ରାୟ ୬ ମାସ ହେବ ସିଲିସୁଆଁ ଗାଁ’ର ପ୍ରାୟ ୭୦ଟି ରାସନକାର୍ଡ ଧାରୀଙ୍କ କାର୍ଡ଼ ପିଛା ୨/୩ ଜଣଙ୍କର ଚାଉଳ ଦିଆଯାଉନାହିଁ। ପଚାରିଲେ କହୁଛନ୍ତି ଆଧାର ଲିଙ୍କ ହୋଇନି। କରୋନା ପରିସ୍ଥିତି ଯୋଗୁଁ ଲୋକେ କାମଧନ୍ଦା ହରାଇ ନିରାଶ ଅବସ୍ଥାରେ ଅଛନ୍ତି। ଏଭଳି ସ୍ଥିତିରେ ସରକାରୀ ଚାଉଳ ନ ମିଳିବା ଫଳରେ ଲୋକେ ଅନେକ ଅସୁବିଧା ଭୋଗୁଛନ୍ତି। ଅନ୍ୟ ପଞ୍ଚାୟତରେ ଏଭଳି ସମସ୍ୟା ନଥିବାବେଳେ ଗୋପୀନାଥପୁର ପଞ୍ଚାୟତରେ ଏମିତି ସମସ୍ୟାର ସମାଧାନ କାହିଁକି ହେଉନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ଏଥି ସହିତ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ଏହି ସମସ୍ୟାର ସମାଧାନ କରିବାକୁ ସିଲିସୁଆଁ ଅଞ୍ଚଳର ହିତାଧିକାରୀମାନେ ନିବେଦନ କରିଛନ୍ତି। ଏବାବଦରେ ସଦର ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ପଚାରିବାରୁ ଯେଉଁମାନଙ୍କର ଆଧାର ଲିଙ୍କ ହୋଇନି ସେମାନଙ୍କର ଚାଉଳ ମିଳିନି ବୋଲି କହିଛନ୍ତି।