ପାଟଣେଶ୍ୱରୀ ହାଲୁକା ମୋଟର ମାଲିିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ପାଟଣେଶ୍ୱରୀ ହାଲୁକା ମୋଟର ମାଲିକ ସଂଘର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ବର୍ଷ ପାଇଁ ସଭାପତି ଭାବେ ସମରେନ୍ଦ୍ର ଦାସଙ୍କୁ ମନୋନୀତ କରାଯାଇଥିବାବେଳେ ଉପସଭାପତି ଭାବେ ସଞ୍ଜିବ ରାଓ, ସମ୍ପାଦକ ଭାବେ ସୁଶାନ୍ତ ମହାନ୍ତି, ସହସମ୍ପାଦକ ଭାବେ ଅନୀଲ କୁମାର ବେହେରା ଓ କୋଷାଧ୍ୟକ୍ଷ ଭାବେ ଆନନ୍ଦ କୁମାର ଯାଦବଙ୍କୁ ମନୋନୀତ କରାଯାଇଛି। ସେହିପରି ବିଜୟ ମେହେର, ରାଜେଶ ମେହେର, ରମାନାଥ ହୋତା, ନନ୍ଦନ ଠାକୁର, ସଦାଶିବ ସରାଫ, ମୁନା ଦରୁଆନ, ଗୌତମ ପରାଭୁଏ, ଧରଣୀଧର ଠାକୁର ଓ ସୁଜିତ କୁମାର ସାହୁଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏଥିସହିତ ଆଇନ ପରାମର୍ଶଦାତା ଭାବେ ବରିଷ୍ଠ ଓକିଲ ଦର୍ପଗଞ୍ଜନ ପଟ୍ଟନାୟକଙ୍କୁ ଚୟନ କରାଯାଇଛି।