ପାଟଣାଗଡ଼ ଲାୟନ୍ସ କ୍ଲବର ଶପଥ ଗ୍ରହଣ ଉତ୍ସବ ସହ ନୂତନ କରି ଏକ ଲିଓ କ୍ଲବର ଶୁଭ ଉଦଘାଟନ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ପଞ୍ଚାୟତ ମାରବାଡ଼ି ଧର୍ମଶାଳାରେ ପାଟଣାଗଡ଼ ଲାୟନ୍ସ କ୍ଲବର ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ବହୁ ଆଡମ୍ବର ସହ ଅନୁଷ୍ଠିତ ହୋଇଥିଲା। ଲାୟନ୍ସ କ୍ଲବର ସଭାପତି ଲାୟନ ସଦାଶିବ ସରାଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଲାୟନ୍ସ ୩୨୨ ସି୨ର ପାସ୍ଟ ଡ଼ିଷ୍ଟିକ ଗଭର୍ଣ୍ଣର ଏମ୍‌ଜେଏଫ୍‌ଡ଼ି ବେଣୁମାଧବ ଦୋରା ସମ୍ମାନିତ ଅତିଥି ଭାବେ ଲାୟନ୍ସ ୩୨୨ ସି୨ର ଦ୍ୱିତୀୟ ଭାଇସ ଗଭର୍ଣ୍ଣର ଏମ୍‌ଜେଏଫ୍‌ ପ୍ରଦୀପ ଅଗ୍ରୱାଲ ଲିଓ କ୍ଲବର ଜିଲ୍ଲା ଚେୟାରମ୍ୟାନ୍‌ ଲାୟନ ଜି ଭାସ୍କର ରାଓ ଲାୟନ ଆୟୁଷ ଗୁପ୍ତା ୩୨୨ ସି୨ର ଜିଏସ୍‌ଟି ପ୍ରମୁଖ ମେଜର ଚିତ୍ତରଞ୍ଜନ ଦାସ ରିଜନ ଚେୟାରମ୍ୟାନ୍‌ ରେଖା ବଂଶଲ ଯୋନ ଚେୟାରମ୍ୟାନ୍‌ ଓ କ୍ଲବର ସମ୍ପାଦକ ଗଜାନନ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ସଭାକୁ ପରିଚାଳନା କରିଥିଲେ ଲାୟନ ମନୋଜ କୁମାର ନନ୍ଦ। ଏହି ଅବସରରେ ପାଟଣାଗଡ଼ରେ ପ୍ରଥମ କରି ଏକ ଲିଓ କ୍ଲବର ଶୁଭ ଉଦଘାଟନ କରିବା ସହ କ୍ଲବର ଚାଟରପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଦୋରା।

ପରେ ପାଟଣାଗଡ଼ ଲାୟନ୍ସ କ୍ଲବର ଆଗାମୀ ୨୨/୨୩ ବର୍ଷ ପାଇଁ ସଭାପତି ଭାବେ ଲାୟନ କେଶବ ଛାପାଡ଼ିଆ ପ୍ରଥମ ଉପସଭାପତି ଲାୟନ ବିରେନ୍ଦ୍ର ପାତ୍ର ଦ୍ୱିତୀୟ ଉପ ସଭାପତି ଲାୟନ ଗଜାନନ ଅଗ୍ରୱାଲ ସମ୍ପାଦକ ଲାୟନ ସୁନୀଲ ଅଗ୍ରୱାଲ କୋଷାଧ୍ୟକ୍ଷ ଲାୟନ ମମତା ପାତ୍ର ଏଲ୍‌ସିଆଇ୍‌ଏଫ୍‌ର ଚେୟାରମ୍ୟାନ ଲାୟନ ସଦାଶିବ ସରାଫ ସର୍ଭିସ ଚେୟାରମ୍ୟାନ ଲାୟନ ଭକ୍ତ ରାମ ବାଗ ମାର୍କେଟ ଚେୟାରମ୍ୟାନ ଲାୟନ ମହାଦେବ ମେହେର ଓ ମେମ୍ବରସିଫ ଚେୟାରମ୍ୟାନ ଲାୟନ ମନୋଜ କୁମାର ନନ୍ଦ ସହ କ୍ଲବର ଡ଼ାଇରେକ୍ଟର ଭାବେ ପିଡ଼ିଜି ଗୋବିନ୍ଦ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ, ଭିଡ଼ିଜି ୨ ଲାୟନ ତୁଶାରକାନ୍ତ ମିତ୍ର, ଲାୟନ ଦର୍ପଗଞ୍ଜନ ପଟ୍ଟନାୟକ, ଲାୟନ ମନୋଜ କୁମାର ନନ୍ଦ ଓ ଲାୟନ ଶ୍ରୀକାନ୍ତ ପାତ୍ର, ସେହିପରି ଲିଓ କ୍ଲବର ସଭାପତି ଭାବେ ମହେଶ ଜୈନ, ଉପ ସଭାପତି ମନୀଷ ଜୈନ, ସମ୍ପାଦକ ଭାବେ ବିପ୍ଳବ ଜୈନ, କୋଷାଧ୍ୟକ୍ଷ ଭାବେ ସୁଜିତ ସାହୁଙ୍କୁ ମନୋନୀତ କରି ସେମାନଙ୍କୁ ମଧ୍ୟ ମୁଖ୍ୟ ଅତିଥି ଦୋରା ଶପଥ ପାଠ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଉନ୍ନତ ସେବା ପାଇଁ କ୍ଲବର ସଭ୍ୟ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ପରିଶେଷରେ ଲାୟନ ମନୋଜ କୁମାର ନନ୍ଦ ଧନ୍ୟବାଦ ଦେଇଥିଲେ।