ଲକ୍ ଡାଉନ୍ : ମାଗଣାରେ ପରିବା ବାଣ୍ଟିଲେ  ଚାଷୀ

ପାଟଣାଗଡ଼,ଏନ୍ଏନ୍ଏସ୍ : ସାରା ଦେଶରେ ଲକ ଡାଉନ ଥିବାବେଳେ ଦୋକାନବଜାର ବନ୍ଦ ରହିଛି । ଏହି ଅବସରରେ ଖପ୍ରାଖୋଲ ବ୍ଲକ  ଓଡିଆପାଲି ପଞ୍ଚ।ୟତ ଭାଲୁଡୁଙ୍ଗିରି ଗାଁର  ଚାଷୀମାନେ  ସ୍ଥାନୀୟ ପୋଲିସ ସିଆରପିଏଫ  ଓ ଡାକ୍ତର ଖାନାର କର୍ମଚାରୀ ମାନଙ୍କୁ  ମାଗଣାରେ ପନିପରିବା ଦେଇଥିବାର ଜଣାଯାଇଛି। କାରଣ ଲକ ଡାଉନ ଯୋଗୁ ଚାଷ କରିଥିବା ପନିପରିବା ବିକ୍ରି ନହେଉଥିବାରୁ  ସମାଜ ପାଇଁ ବାଜି ଲଗାଇ ଲକ ଡାଉନ ସ୍ଥିତିରେ ବି ସେମାନେ ଦିନ ରାତି  ଜନସାଧାରଣଙ୍କ ସେବା ଯୋଗାଇ ଦେଉଥିବାରୁ  ଏହି ପନିପରିବା ଦେଇଥିଲେ । ଗାଁର କୁନୁ ପ୍ରଧାନ ଲୁଇସ ବିଶ୍ୱାଳ  ସର୍ଜନ ସାହୁଙ୍କ ନେତୃତ୍ୱରେ  ଚାଷୀଙ୍କ ଠାରୁ ସଂଗ୍ରହ କରି   ଲକ ଡାଉନ ପର୍ଯ୍ୟନ୍ତ  ମାଗଣାରେ  ପନିପରିବା  ବାଣ୍ଟିବେ ବୋଲି ଲୁଇସ ବିଶ୍ୱାଳ କହିଛନ୍ତି ।