କରୋନା ଭୂତାଣୁ ସଂକ୍ରମଣର ସଚେତନତା କଲେ ବିଧାୟକ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଭାଗୃହ ଠାରେ ବ୍ଲକ ସ୍ତରୀୟ କରୋନା ଭୂତାଣୁ ସଂକ୍ରମଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଓ କହିଥିଲେ । ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଇଶ୍ଵର ଚନ୍ଦ୍ର ନାଏକ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଗୁଡ଼ିକ ବିଷୟରେ ଆଲୋକପାତ କରିଥିଲେ ।

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡ. ସୁପ୍ରକାଶ ଶତପଥୀ କରୋନା ଭୂତାଣୁ କିପରି ବ୍ୟାପେ ଓ ସେଥିରୁ କିପରି ସୁରକ୍ଷିତ ରହିପାରିବା ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି ଶିବିରରେ ପାଟଣା ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ବେହେରା, ଜିପିଓ‌ ରଶ୍ମୀ ରେଖାମହାନ୍ତି, ପାଟଣା ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ସମସ୍ତ ସମିତି ସଭ୍ୟ ସଭ୍ୟା ଯୋଗ ଦେଇଥିଲେ ।