ବିଜୁ ଜନତାଦଳ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଶୁଭେଚ୍ଛା

ପାଟଣା,ଏନ୍ଏନ୍ଏସ୍ : ପାଟଣା ବ୍ଲକ ବିଜୁ ଜନତାଦଳ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଭଞ୍ଜଙ୍କୁ ଜିଲ୍ଲା ବିଜୁ ଜନତାଦଳର ସଭାପତି ମାଧବ ସର୍ଦାର ଜିଲ୍ଲା କାର୍ଯ୍ୟକାରୀଣି ସଦସ୍ୟ ରୂପେ ନିଯୁକ୍ତି ପ୍ରଦାନ କରିଛନ୍ତି । ପ୍ରଶାନ୍ତ କୁମାର ଭଞ୍ଜ ଜିଲ୍ଲା କାର୍ଯ୍ୟକାରୀଣି ସଦସ୍ୟ ହୋଇ ଥିବାରୁ ପାଟଣା ବ୍ଲକ ବିଜୁଜନତା ଦଳ ତରଫରୁ ଶୁଭେଚ୍ଛା ଜ୍ଞାପନ କରିଯାଇଥିଲା । ପ୍ରଶାନ୍ତ କୁମାର ଭଞ୍ଜଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କାରଯାଇ ଥିବାରୁ ବିଜୁ ଜନତାଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ, କେନ୍ଦୁଝର ଜିଲ୍ଲା ବିଜୁ ଜନତାଦଳ ସଭାପତି ମାଧବ ସର୍ଦାର,ଦକ୍ଷତା ଓ କାରିଗରୀ ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକ,ପାଟଣା ବିଧାୟକ ଜଗନ୍ନାଥ ନାଏକ, ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, ପାଟଣା ବ୍ଲକ ସଭାପତି ମାଧବନନ୍ଦ ପୃଷ୍ଟି ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।