ପାଟଣା,ଏନ୍ଏନ୍ଏସ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶରେ ପାଟଣା ବ୍ଲକ କାର୍ଯ୍ୟାଳୟରେ ସଂଧ୍ୟା ୫.୩୦ ସମୟରେ କରୋନା ଯୋଦ୍ଧାଙ୍କୁ ଉର୍ସାହିତ ଉତ୍ସାହିତ କରିବା ପାଇଁ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଶନିବାର ଅପରାହ୍ନରେ ପାଟଣା ବ୍ଲକ ପରିସରରେ ସବୁ ବର୍ଗର ଲୋକଙ୍କୁ ନେଇ ସାମୂହିକ ‘ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା।
ପାଟଣା ବ୍ଲକ ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ଅଧକ୍ଷ ବିଶ୍ୱନାଥ ନାଏକ, ଉପାଧକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଜେଡି ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି, ଜିପିଓ ରଶ୍ମିରେଖା ମହାନ୍ତି ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଯୁବନେତା ପ୍ରଶାନ୍ତ କୁମାର ଭଞ୍ଜ, ସହକାରୀ ଯାନ୍ତ୍ରୀ ପୁରୁଷୋତ୍ତମ ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡ. ଶୁଭେନ୍ଦୁ ସାଗର କୁମାର ନାଏକ,ଡ. ନିର୍ମଳ କୁମାର ମହାନ୍ତ, ସୁମନ ଆଚାର୍ଯ୍ୟ, ବୁଦ୍ଧିଜୀବୀ ତଥା ସାହିତ୍ୟକ ଭରତ ଚନ୍ଦ୍ର ସାହୁ, ଗଦାଧର ମହାନ୍ତ, କୈଳାଶ ଚନ୍ଦ୍ର ବାରିକ, ଶାନ୍ତନୁ କୁମାର ସାହୁ, ସାମାଜିକ କର୍ମୀ ବିବେକାନନ୍ଦ ଦାଶ, ବିଜୟ ରତ୍ନ ପତି, ରଞ୍ଜିତ ଚକ୍ର, ଯତୀନ୍ଦ୍ର କୁମାର ଦାଶ, କ୍ଷିତିଶ ମହାନ୍ତ, ବିଭୁ ବେହେରା, ଅଭିନାଶ ଦାଶ ଓ ଡବୁ ଆଁଶାରୀ ପ୍ରମୁଖ ଙ୍କ ସହ ମୁଖ୍ୟାଳୟ ସ୍ଥିତ ସମସ୍ତ ଅଧିକାରୀ ଉପସ୍ଥିତ ରହି କରୋନା ଯୋଧ୍ୟାଙ୍କୁ ଉତ୍ସାହିତ କରିବା ଉଦ୍ୟେଷ୍ୟରେ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରାଯାଇଥିଲା।