ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ୧୫ ଶହରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରେ ଫସି ରହିଥିବା ବେଳେ ଏ ପର୍ଯ୍ୟନ୍ତ କେରଳ, ଝାଡ଼ଖଣ୍ଡ, ସୁରଟ,ଛତିଶଗଡ଼,ଆନ୍ଧ୍ର ଓ ମହାରାଷ୍ଟ୍ରରୁ ୩ଟି ପର୍ଯ୍ୟାୟରେ ମୋଟ ୩୫ ଜଣ ପ୍ରବାସୀ ଓଡ଼ିଆ ପାଟଣା ଫେରି ନିଜନିଜ ପଞ୍ଚାୟତ ସ୍ଥିତ ସଙ୍ଗରୋଧ କକ୍ଷରେ ରହିଛନ୍ତି। ତେବେ ମଙ୍ଗଳବାର ପାଟଣା ବିଧାୟକ ଜଗନ୍ନାଥ ନାଏକ ଏବଂ ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଇଶ୍ୱର ଚନ୍ଦ୍ର ନାଏକ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ କେନ୍ଦେଇପଶି,କଣ୍ଟିଆପଡା ଚାକୁଣ୍ଡାପାଳ, ଖିରେଇଟାଙ୍ଗିରି ଟାଙ୍ଗରପଡା ପଞ୍ଚାୟତ ଓ ବଡ଼ପାଟଣା ପଞ୍ଚାୟତ ମୁଖ୍ୟାଳୟ ମହାବିଦ୍ୟାଳୟର ସଂଗରୋଧ କକ୍ଷରେ ରହୁଥିବା ପ୍ରବାସୀମାନଙ୍କୁ ଭେଟିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।