ପାଟଣା,ଏନ୍ଏନ୍ଏସ୍ : କରୋନା ପାଇଁ ସାରା ରାଜ୍ୟ ଲକ ଡାଉନ ଥିବା ବେଳେ ଏହି ଲକଡାଉନ ସମୟ ରେ ବାଲି ମାଫିଆଙ୍କ ମଗୁସୁର ମାସ ଚାଲିଛି। ଲକଡାଉନର ସୁଯୋଗ ନେଇ ବିଭିନ୍ନ ବାଲି ଘାଟରୁ ଦିନ ରାତି ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ଜାରି ରହିଛି । ସମୋବାର ସାହାରପଡା ତହସିଲ ଉଦୟପୁର ଆର ,ଆଇ ସର୍କଲ ଜୁମେଇଁ ବୈତରଣୀ ବାଲିଘାଟରୁ ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉଥିବା ବେଳେ ଘଟଣା ସ୍ଥଳରେ ସାହାରପଡା ତହସିଲଦାର ଲମ୍ବୋଦର ଖୁଣ୍ଟିଆ, ମଲାରପଦା ଆର,ଆଇ ଶୁଶାନ୍ତ ଦ୍ୱିବେଦୀ ତୁରୁମୁଙ୍ଗା ଥାନା ଅଧିକାରୀ ବରେନ୍ଦ୍ର ଶିଆଳ ବାଲିଘାଟରେ ଚଢ଼ାଉ କରି ଦୁଇଟି ଟ୍ରାକ୍ଟର ଜବତ କରିଥିବା ସାହାରପଡା ତହସିଲଦାର ଲମ୍ବୋଦର ଖୁଣ୍ଟିଆ ସୁଚନା ଦେଇଛନ୍ତି।