ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡକୁ ସହାୟତା

ପାଟଣା,ଏନ୍ଏନ୍ଏସ୍ : ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡକୁ ସହାୟତା । କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ସାହାରପଡା ବ୍ଲକ ସିଲିପଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ତଥା ଆଇନଜିବୀ ଶିବାଜୀ ଗୌତମ ମହାନ୍ତ ବର୍ମା ୧୦ହଜାର ଏବଂ ସରପଞ୍ଚ ରମେଶ ମୁଣ୍ଡା ୧୦ ହଜାର ବଡ଼ବିଲ ଗ୍ରାମର ସମାଜସେବୀ ଲୋଭେଶ୍ କୁମାର ମହାନ୍ତ ୩ ହଜାର, ଏବଂ ମାଛଗଡ଼ ଗ୍ରାମର ସମାଜସେବୀ ଦିବାକର ମହାନ୍ତ ୨ ହଜାର ଟଙ୍କା ଲେଖାଏଁ ସମୁଦାୟ ୨୫ହଜାର ଟଙ୍କା ସାହାରପଡା ବିଡ଼ିଓ ଭାଗିରଥି ମଲ୍ଲିକଙ୍କ ଜରିଆରେ ପ୍ରଦାନ କରିଛନ୍ତି । ସେମାନଙ୍କ ଏହି ମହାନତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।